"ଶିକ୍ଷାଦୀପ "
ଲକ୍ଷ୍ୟହୀନ ଜୀବନ ଏକ ସଫଳ ଜୀବନ ନୁହେଁ । ପ୍ରତ୍ୟେକ ମନୁଷ୍ୟ ଜୀବନରେ କିଛି ନା କିଛି ଲକ୍ଷ୍ୟ ରଖିଥାନ୍ତି । ଏହି ଲକ୍ଷ୍ୟ ଯଦି ପିଲା ଦିନରୁ ରଖାଯାଏ, ତେବେ ପିଲାବେଳ ଠାରୁ ହିଁ ସେ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିଥାଏ, ତେଣୁ ଆମମାନଙ୍କର ଏହି 'ଶିକ୍ଷାଦୀପ ଶିକ୍ଷାନୁଷ୍ଠାନ' ପିଲାମାନଙ୍କୁ ସତ୍ ମାର୍ଗଦର୍ଶନ କରିବାପାଇଁ କେବଳ ପ୍ରୟାସ ମାତ୍ର ।
ଏଠାରେ ବଡ ଓ ସାନ, ଧନୀ ଓ ଗରିବ ସମସ୍ତଙ୍କୁ ସମାନତାର ଅଧିକାର ଦିଆଯାଇଥାଏ । ଆମ୍ଭମାନଙ୍କର ଶିକ୍ଷାଦୀପ ଶିକ୍ଷାନୁଷ୍ଠାନ ତରଫରୁ ସମସ୍ତ ଅଭିଭାବକ ( ଗାର୍ଡିଆନ) ନିଜ ପିଲାଙ୍କୁ ଆମ୍ଭର ଏହି ଶିକ୍ଷାନୁଷ୍ଠାନ ରେ ଛାଡିବା ପୂର୍ବରୁ ନିମ୍ନରେ ଦିଆଯାଇଥିବା କିଛି ସର୍ତ୍ତ ଓ ନିୟମ ଗୁଡିକୁ ପାଳନ କରିବା ପାଇଁ ଅନୁରୋଧ ।
- - ଆମ୍ଭର ଏହି ଶିକ୍ଷାନୁଷ୍ଠାନ ରେ ବିସ୍କୁଟ୍, ମିକ୍ ଚର୍ ପରି ବିଭିନ୍ନ ପ୍ରକାରର ଟିଫିନ୍ ସାମଗ୍ରୀ ଆଣି ପାରିବେ ନାହିଁ କାରଣ ଯଦି ପିଲାଟି ଆଣିଥିବ ତେବେ ତା'ର ମନ ଟି ସବୁବେଳେ ସେହି ଖାଇବା ପାଖରେ ହିଁ ଥିବ ଏବଂ ପାଠ ପଢିବା ସମୟରେ ତା'ର ମନ ସବୁବେଳେ ଅନ୍ୟମନସ୍କ ରହିବ ।
- - ପିଲାକୁ ଛାଡିବା ପୂର୍ବରୁ କୌଣସି ଅଭିଭାବକ ପିଲାଙ୍କୁ ଟଙ୍କା ଦେବେ ନାହିଁ । ପିଲାଙ୍କର ଜରୁରୀ ଜିନିଷ ( ଯେପରି - ଖାତା, ବହି, ପେନ୍, ପେନସିଲ, କୋଲଗେଟ, ବ୍ରସ, ସାବୁନ୍, ତେଲ, ଖାଇବା ଜିନିଷ ଇତ୍ୟାଦି ) ଏବଂ ଦେହ ଅସୁସ୍ଥ ହେଲେ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥାଏ ଏବଂ ସେହି ଖର୍ଚ୍ଚ ଗୁଡିକୁ ପିଲାଙ୍କର ମାସିକ ଦେୟ ସହିତ ମିଶାଇ ଦିଆଯାଏ ।
.